କେବେ?

କେବେ.jpg

 

© “And Life Unfolds” and Subhendu Mohanty, 2014. Unauthorized use and/or duplication of this material without express and written permission from this blog’s author and/or owner is strictly prohibited. Excerpts and links may be used, provided that full and clear credit is given to Subhendu Mohanty and “And Life Unfolds” with appropriate and specific direction to the original content.

Of a dream and a nightmare

subhmohanty's avatar

24“Open wide please.”

Reluctantly I let open, my pink fleshy insides all exposed. I knew it would be painful, I knew it would hurt. But he was the only man I could trust.

View original post 829 more words

ବର୍ଷା – ପ୍ରେମ ଓ ପ୍ରତାରଣା ର ଏକ ଗାଥା

gray_awesome_coastal_lightning_sea_clouds_rain_hd-wallpaper-1700331

ବର୍ଷା – ପ୍ରେମ ଓ ପ୍ରତାରଣା ର ଏକ ଗାଥା

ଶୁଭେନ୍ଦୁ ମହାନ୍ତି

୦୪/୦୯/୨୦୧୫

ଅପରାହ୍ଣ ୪ ଘଟିକା

କାଲି ରାତି ନିଦାଘ ର ଅଧାମଲା ଜହ୍ନ

ଉଷୁମ୍ ରେଜେଇ ତଳେ କୁହୁଳି କୁହୁଳି,

ଟାପରା ମାରିଲା ସତେ ବିକଟାଳ ରୂପେ,

ଅଧା ପାଉଁଷ ଅଧା ଲୁହ ଛିଟା ବୋଳି !
Read More

କିଛି ଚିଜ କେବେ ବଦଳେନା !

ଶୁଭେନ୍ଦୁ ମହାନ୍ତି

୨୯/୦୫/୨୦୧୫

ହଁ ଆଉ ମନେ ପଡିବନି କେବେ

 
ଭିଜା ଭିଜା କେତେ ରାତି ଚୁଲି ପାଖେ

 
ଆଉଜି ତୋ କାନି ଧରି ଉଷୁମ କମ୍ବଳ

 
ଧୂଆଁ ଫୁଙ୍କି ଫୁଙ୍କି ଜଙ୍କ୍ ଲଗା ଲୁହା ବେତେ ଯେବେ

 
ଆଉଁସି ଦେଉ ତୁ ମୋତେ କରି ଆଖି ଛଳ ଛଳ

 
ହସିଦିଏ ମୁଁ

 
ବୋଉ ! ତୁ କାହିଁକି କାନ୍ଦୁଛୁ ! !

    

ଭୁଲିଯିବି ଧିରେ ଧିରେ କେତେ ଦିନ ପରେ

 

ମଶାରୀ ଭିତରେ ସବୁ ରାତି ସେ ନିଧଡକ ନିଦ

 

ଯେତେ ଯାହା ହେଇଯାଉ ପଛେ

 

ଡର ନାହିଁ, ଭୟ ନାହିଁ କାହାରିକୁ ମୋର

 

ବାପା ତ ଅଛନ୍ତି!

 

ଧରି ତାଙ୍କ ପଇତା ର ବଜ୍ର ସୂତା ଖିଅ

 

ନାହିଁ ଡର ଦୁସପନ ଅବା କେଉଁ ଭୂତ ପିଶାଚ ର

 

ମୋ ବାପା ଙ୍କୁ ସେସବୁ ଡରନ୍ତି ! !

        

ସ୍ମୃତି ର ବାହା ରେ ବୋଧେ ଏବେ ସେ ଦୁନିଆଁ

 
ଓଦା ଘାସେ ମାପି ଚୁପି ପାଦ ମୁଁ ପକାଇ

 
ଖୋଜୁଥିଲି ଲାଲ୍ ଚହ ଚହ ସାଧବ ବୋହୂ ଙ୍କୁ

 
ସିନ୍ଦୂର ଡବା ରେ ବୋଉ ର ରହିଲେ ସେ କାଳେ

 
ସିନ୍ଦୂର ବଢାନ୍ତି, କହିଥିଲା ଆଈ ଦାନ୍ତ ନିକୁଟାଇ ! !

    

ଅଚିହ୍ନା ଏବେ ବୋଧେ ସେସବୁ ଚେହେରା

 

ହାତ ଧରି ଡେଇଁ ଡେଇଁ ଗିତ ଗାଇ

 

ଯା ସାଙ୍ଗେ ଖେଳିଛି ମୁଁ କେତେ ଲୁଚକାଳି !

 

ଟେକା ଫିଙ୍ଗା ଆମ୍ବ ଚୋରି ଆଉ

 

ଘର ଫେରି ବାଟେ ବାଟେ

 

ଗଛ ଚଢି କେତେ ଖିଆ

 

ଜାମୁ ଓ ବଉଳ କୋଳି ! !

    

ମନେ ଆଉ କାହିଁକି ରଖିବି ଯେ ?

 
ସାତ ସିନ୍ଧୁ ପାରି କାଳେ ବିଦେଶୀ ମୁଁ ଆଜି

 
ନୂଆ ଠିକଣା ସାଙ୍ଗରେ ନୂଆ ମୋ ସଣ୍ଠଣା

 
ପରିଚୟ ନୂଆ କାଳେ ଦୁନିଆଁ ମୋ ନୂଆ

 
ହାବ ଭାବ ଢଙ୍ଗ ରଙ୍ଗ ଲାଗେ ସଭିଙ୍କୁ ଅଡୁଆ !

    

କାହିଁ ମୋତେ ଲୋଡା ଆଜି ଦସ୍ତଖତ କା ର !

 

କାହିଁ ବୁଝେଇବି କା ରେ ମୋ ମନ ଭାବନା

 

ନିଜତ୍ବ ର କାନ ଫଟା ଡିଣ୍ଡିମ ପିଟିବି କାହିଁ ?

 

ମୋ ମନେ ମୁଁ ଜାଣେ ତେଣୁ ପରବାହ ନାହିଁ

 

କିଛି ଚିଜ କେବେ ବଦଳେନା ! !

  

© “And Life Unfolds” and Subhendu Mohanty, 2014. Unauthorized use and/or duplication of this material without express and written permission from this blog’s author and/or owner is strictly prohibited. Excerpts and links may be used, provided that full and clear credit is given to Subhendu Mohanty and “And Life Unfolds” with appropriate and specific direction to the original content.